ହର୍ମନ ଙ୍କ ଆଣ୍ଠୁ ରେ ଆଘାତ କୁ ନେଇ ସୁରମା ଚିନ୍ତିତ ।


ରାଉରକେଲା: ଗତ ଡ଼ିସେମ୍ବର ୨୮ ତାରିଖରୁ ଆରମ୍ଭ ହୋଇଥିବା ହକି ଇଣ୍ଡିଆ ଲିଗ୍ ର ପୁରୁଷ ଓ ମହିଳା ସଂସ୍କରଣ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରାଉରକେଲା ଓ ଜୟପାଲ ସିଂହ ମୁଣ୍ଡା ହକି ଷ୍ଟାଡିୟମ୍ ରାଞ୍ଚି ରେ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଖେଳ ଚାଲିଛି । ଗତ ୧୧ ଜାନୁୟାରୀ ରେ ବିର୍ଷାମୁଣ୍ଡା ଷ୍ଟାଡିୟମ ରେ ହାଇଦ୍ରାବାଦ୍ ତୁଫାନ୍ସ ଓ ସୁରମା ହକି କ୍ଳବ୍ ମଧ୍ୟରେ ଖେଳ ଚାଲିଥିବା ସମୟରେ ସୁରମା ହକି କ୍ଳବ୍ ର ଅଧିନାୟକ ତଥା ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହର୍ମନ ପ୍ରୀତ ସିଂହ ଙ୍କ ଡାହାଣ ଗୋଡର ଆଣ୍ଠୁରେ ଆଘାତ ହୋଇଥିଲା ଯାହାଦ୍ଵାରା ସେ ଖେଳ ପଡିଆ ତ୍ୟାଗ କରି ବାହାରକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ହାଇଦ୍ରାବାଦ୍ ତୁଫାନ୍ସ ଏହି ମ୍ୟାଚ୍ ଟି ସୁଟ୍ ଆଉଟ୍ ମାଧ୍ୟମରେ ବିଜୟୀ ହୋଇଥିଲା। ସେହିଭଳି ୧୪ ଜାନୁୟାରୀ ରେ ସୁରମା ହକି କ୍ଳବ୍ ଓ ଟିମ୍ ଗୋନାଶିକା ମଧ୍ୟରେ ପ୍ରତିଯୋଗିତାର ୨୩ତମ ମ୍ୟାଚ୍ ଖେଳା ଯାଇଥିଲା ଯେଉଁ ଥିରେ ହର୍ମନ ପଡିଆକୁ ଓହ୍ଲାଇଥିଲେ ସୁଦ୍ଧା ଆହତ ପାଇଁ ଖେଳିନଥିଲେ । ଟିମ୍ ଗୋନାଶିକା ଏହି ମ୍ୟାଚ୍ ଟି ୨-୧ ବିଜୟୀ ହୋଇଥିଲା। ଏବେ ସୁରମା ହକି କ୍ଳବ୍ ର ପରବର୍ତ୍ତୀ ମ୍ୟାଚ୍ ୧୯ ଜାନୁୟାରୀ ରେ ଅଛି । ଆଣ୍ଠୁ ରେ ଆଘାତ ପରେ ହର୍ମନ ନିକଟସ୍ତ ଆପୋଲ ହସ୍ପିଟାଲ ଯାଇ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରି ଫେରିଥିଲେ ।ଏଭଳି ଆଘାତ ଜନିତ କାରଣ ପାଇଁ ହର୍ମନ୍ ପଡିଆ ବାହାରେ ରହିବା ଦ୍ଵାରା ଟିମ୍ ସନ୍ତୁଳିତ ହୋଇ ପାରୁନାହିଁ ଯାହା ଏବେ କୋଚ୍ ଜେରନ ଙ୍କ ପାଇଁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସୁରମା ହକି କ୍ଳବ୍ ର ମେରୁଦଣ୍ଡ ହେଉଛନ୍ତି ହର୍ମନ ସେ ଜଣେ ଅନୁଭବୀ ଖେଳାଳି ସହିତ ବିଶ୍ବର ୧ ନଂ ଦ୍ରାଗ ଫ୍ଲିକର। ସୁରମା ହକି କ୍ଳବ୍ ରେ ଅନେକ ଅନୁଭବୀ ଖେଳାଳି ଥିଲେ ସୁଦ୍ଧା କିନ୍ତୁ ଦଳ ଚାତକ ଭଳି ହର୍ମନ୍ ଙ୍କୁ ଅପେକ୍ଷା କରି ବସିଛି।ଏଭଳି ସ୍ଥିତିରେ ହର୍ମନ କେବେ ସୁସ୍ଥ ହୋଇ ପଡିଆକୁ ଓହ୍ଲାଇବେ ତାହା ଏବେ


ଦେଖିବା ବାକି ରହିଲା। ରିପୋର୍ଟ ଲେଖା ହେବା ପର୍ୟ୍ୟନ୍ତ ସୁରମା ହକି କ୍ଳବ୍ ଏଚ ଆଇ ଏଲ ରେ ଏ ପର୍ଯ୍ୟନ୍ତ ମୋଟ ୬ ଟି ମ୍ୟାଚ୍ ଖେଳି ୭ ପଏଣ୍ଟ ସହିତ ୫ ମ ସ୍ଥାନରେ ରହିଛି।୧୯ ଜାନୁୟାରୀ ରୁ ଏଚ୍ ଆଇ ଏଲ ର ପୁରୁଷ ବର୍ଗ ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *